ବଜେଟ ୨୦୨୧ : ପାରାଦୀପ ହେବ ମାଛଧରା ହବ୍‌, ଦେଶରେ ଖୋଲିବ ୧୦୦ ନୂଆ ସୈନିକ ସ୍କୁଲ, ସବୁ ସିଫ୍ଟରେ କାମ କରିବେ ମହିଳା

ନୂଆଦିଲ୍ଲୀ – ଓଡିଶାର ପାରାଦୀପ ବନ୍ଦର ଦେଶର ମାଛଧରା ହବ୍ ହେବ ବୋଲି କେନ୍ଦ୍ର ବଜେଟ ଉପସ୍ଥାପନ କରି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି । ବଜେଟରେ ରେଳବାଇ ପାଇଁ ୧ ଲକ୍ଷ ୧୦ ହଜାର ୫୫ କୋଟି ବ୍ୟୟ ବରାଦ କରାଯାଇଛି । ପର୍ଯ୍ୟଟକ ରୁଟ୍ ପାଇଁ ରେଳବାଇ ପାଇଁ ନୂଆ ଯୋଜନା କରାଯିବ । ଆଉ କିଛି ସହରରେ ଆରମ୍ଭ ହେବ ମେଟ୍ରୋ ପ୍ରୋଜେକ୍ଟ ।

ଦେଶରେ ୧୦୦ଟି ନୂଆ ସୈନିକ ସ୍କୁଲ ଖୋଲାଯିବ । ପିପିପି ମୋଡରେ ହେବ ସୈନିକ ସ୍କୁଲ୍ । ଲେହରେ ସେଂଟ୍ରାଲ ୟୁନିଭର୍ସିିଟି ପ୍ରତିଷ୍ଠା କରାଯିବ । ୭୫୦ଟି ନୂଆ ଏକଲବ୍ୟ ମଡେଲ ସ୍କୁଲ ଖୋଲିବ ।

ଏଣିକି ମହିଳାମାନେ ସବୁ ସିଫ୍‌ଟରେ କାମ କରିପାରିବେ । ଏ ନେଇ ଥିବା କଟକଣା ହଟାଇ ଦିଆଯାଇଛି । ଇଏସଆଇ ଅଧିନକୁ ମଜୁରିଆଙ୍କୁ ଅଣାଯିବ ।

Comments are closed.