ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ : ମହିଳା ଓ ଶିଶୁ ବିରୋଧୀ ହିଂସା ପାଇଁ ସ୍ୱତନ୍ତ୍ର ୱିଙ୍ଗ ଗଠନ ନେଇ ଘୋଷଣା

ଭୁବନେଶ୍ୱର- ୬୨ତମ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀରେ ଉଦଯାପନୀ ଭାଷଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଦୋଷୀ ସାବ୍ୟସ୍ତ ହାର ହ୍ରାସ ପାଉଥିବାରୁ ସେ ଚିନ୍ତା ପ୍ରକଟ କରିଛନ୍ତି । ତଦନ୍ତରେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର ପାଇଁ ସେ ପୋଲିସ ବିଭାଗକୁ ପରାମର୍ଶ ଦେଇଛନ୍ତି । ରାଜ୍ୟରେ ମହିଳା ଓ ଶିଶୁ ବିରୋଧୀ ହିଂସା ପାଇଁ ସ୍ୱତନ୍ତ୍ର ୱିଙ୍ଗ୍ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସ୍ୱତନ୍ତ୍ର ୱିଙ୍ଗ ମହିଳା ଓ ଶିଶୁଙ୍କ ପ୍ରତି ଅପରାଥ ବିରୋଧରେ କାମ କରିବ । ଏହାଦ୍ୱାରା ମହିଳା ଓ ଶିଶୁମାନଙ୍କୁ ଗୁଣାତ୍ମକ ସେବା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସଂଗଠିତ ଅପରାଧ ଓ ଦାଦାବଟି ଆଦାୟ ରୋକିବା ଉପରେ ବି ଗୁରୁତ୍ୱାରୋପ କରିଛନ୍ତି ନବୀନ । ଏଥିପାଇଁ ସ୍ୱତନ୍ତ୍ର ଅଭିଯାନ ପାଇଁ ସେ ପରାମର୍ଶ ଦେଇଛନ୍ତି । ରାଜ୍ୟରେ ଦୁର୍ଘଟଣା କମାଇବା ଉପରେ ବି ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.