ଜାନୁଆରୀ କୋରୋନା ଗାଇଡଲାଇନ୍ସ : ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଖୋଲିପାରିବ ସିନେମାହଲ, ଯାତ୍ରାକୁ ବି ଅନୁମତି

ଭୁବନେଶ୍ୱର- କୋରୋନା ମୁକାବିଲା ନେଇ ଜାରି ହୋଇଛି ରାଜ୍ୟ ସରକାରଙ୍କ ଜାନୁଆରୀ ଗାଇଡଲାଇନ୍ସ । ରାଜ୍ୟରେ ଜାନୁଆରୀ ମାସରେ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍ ଖୋଲିବାକୁ ଅନୁମତି ଦିଆଯାଇଛି । ମୁକ୍ତାକାଶ ରଙ୍ଗମଂଚ ଓ ଯାତ୍ରା ଆୟୋଜନ ପାଇଁ ବି ଅନୁମତି ମିଳିଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଏସଓପି ମାନି ଆମୋଦପ୍ରମୋଦ ପାର୍କ ଖୋଲିବାକୁ ବି ଅନୁମତି ଦିଆଯାଇଛି । ତେବେ, ଏ ନେଇ ସ୍ଥାନୀୟ ପ୍ରଶାସନ ହିଁ ନିଷ୍ପତି ନେବେ । ଜାନୁଆରୀ ୩୧ ଯାଏଁ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ । ଆନ୍ତର୍ଜାତିକ ବିମାନ ଚଳାଚଳ ମଧ୍ୟ ଜାନୁଆରୀ ୩୧ ଯାଏଁ ବନ୍ଦ ରହିବ । ସର୍ବାଧିକ ୨ ଶହ ଲୋକଙ୍କୁ ନେଇ ସାମାଜିକ, ଧାର୍ମିକ ଓ କ୍ରୀଡା ସମାବେଶ ହୋଇପାରିବ । କୋରୋନା ନିୟମ ମାନିବା ସହ ମାସ୍କ, ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବ ।

ଜାନୁଆରୀ ୩୧ ଯାଏଁ କଂଟେମମେଂଟ୍ ଜୋନରେ ଲକଡାଉନ ଜାରି ରହିବ ।

 

Comments are closed.