ବାର୍ସିଲୋନା ଚିଡ଼ିଆଖାନାରେ ଚାରି ସିଂହ କରୋନା ପଜିଟିଭ୍

ବାର୍ସିଲୋନା -ମଣିଷରୁ ପଶୁମାନଙ୍କୁ କରୋନା ବ୍ୟାପିବାର ଆଉ ଏକ ମାମଲା ସାମ୍ନାକୁ ଆସିଛି । ସ୍ପେନର ବାର୍ସିଲୋନା ସହରର ଏକ ଚିଡ଼ିଆଖାନାରେ ଚାରିଟି ସିଂହ କରୋନା ପଜିଟିଭ୍ ହୋଇଛନ୍ତି । ଏହାଛଡା ଏହି ଚିଡ଼ିଆଖାନାର ଦୁଇଜଣ କର୍ମଚାରୀ ମଧ୍ୟ କରୋନା ପଜିଟିଭ୍ ଥିବା ଜଣାପଡିଛି।

ଜାଲା, ନୀମା ଏବଂ ରନ୍ ରନ୍ ନାମକ ତିନି ସିଂହୀଙ୍କ ଠାରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯାଇଥିଲା | ଏଭଳି ଲକ୍ଷଣ କିୟୁମ୍ବେ ନାମକ ଏକ ସିଂହ ଠାରେ ମଧ୍ୟ ଦେଖିବାକୁ ମିଳିଥିଲା ​​‌। ପରୀକ୍ଷା ପରେ ଏହି ଚାରି ସିଂହ କରୋନାରେ ସଂକ୍ରମିତ ଥିବା ଜଣାପଡିଥିଲା । ଏହି ସିଂହମାନଙ୍କୁ କରୋନା କିପରି ହେଲା ସେନେଇ ଚିଡ଼ିଆଖାନା କର୍ତ୍ତୃପକ୍ଷ ତଦନ୍ତ କରୁଛନ୍ତି ।

ଏହି ଚିଡ଼ିଆଖାନାର କର୍ମଚାରୀମାନେ ଏହି ଚାରି ସିଂହ ଉପରେ ଷ୍ଟାଣ୍ଡାର୍ଡ ପିସିଆର ସ୍ବାବ୍ ଟେଷ୍ଟ କରିଥିଲେ । ଏହା ସମାନ ଟେଷ୍ଟ ଯାହା ମଣିଷଙ୍କ ଉପରେ ମଧ୍ୟ କରାଯାଇଥାଏ । ଏହି ସିଂହମାନେ ଚିଡ଼ିଆଖାନାର କେହି ଜଣେ ଲକ୍ଷଣ ବିିିିହୀନ କରୋନା ଆକ୍ରାନ୍ତ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥାଇପାରନ୍ତି ବୋଲି ମନେ କରାଯାଉଛି ।
ବାର୍ସିଲୋନାର ପ୍ରାଣୀ ଚିକିତ୍ସା ସେବା କର୍ମଚାରୀମାନେ ଆମେରିକାର ନ୍ୟୁୟର୍କ ସିଟିରେ ଅବସ୍ଥିତ ବ୍ରୋନକ୍ସ ଚିଡ଼ିଆଖାନା ସହ ମଧ୍ୟ ଯୋଗାଯୋଗ କରିଛନ୍ତି। ଏପ୍ରିଲରେ ଏହି ଚିଡ଼ିଆଖାନାରେ ଚାରି ବାଘ ଏବଂ ତିନି ସିଂହ କରୋନା ପଜିଟିଭ୍ ହୋଇଥିଲେ ​​। ସ୍ପେନର ଏହି
ଚିଡ଼ିଆଖାନା ପୂର୍ବରୁ ଆମେରିକାର ବ୍ରୋନକ୍ସ ଚିଡ଼ିଆଖାନାରେ କରୋନା-ପଜିଟିଭ ସିଂହଙ୍କ ମାମଲା ପ୍ରଥମେ ରିପୋର୍ଟ କରାଯାଇଥିଲା। ନ୍ୟୁୟର୍କର ଉକ୍ତ ଚିଡ଼ିଆଖାନାରେ ସଂକ୍ରମିତ ସବୁ ସିଂହ ଏବଂ ବାଘ କୋଭିଡରୁ ସୁସ୍ଥ ହୋଇଛନ୍ତି। ନାଡିଆ ନାମକ ବାଘ ହେଉଛି ଆମେରିକାରେ ପ୍ରଥମ ପଶୁ ଯିଏକି କରୋନା ସଂକ୍ରମିତ ହୋଇଥିଲା ।

Comments are closed.