ପାଠକ ବାପ-ପୁଅ, ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଇଡିର ଖୋଳତାଡ, ୩ଟି ମାମଲା ରୁଜୁ

ଭୁବନେଶ୍ୱର- ପାଠକ ବାପ-ପୁଅ ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ୩ଟି ମାମଲା ରୁଜୁ କରି ସେମାନଙ୍କ ଆର୍ଥିକ କାରବାର ସଂପର୍କରେ ଖୋଳତାଡ କରୁଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ବ୍ୟାଙ୍କରୁ ମିଳିଥିବା ତଥ୍ୟ ଅନୁଧ୍ୟାନ କରୁଛି ଇଡି । ପାଠକ ବାପ-ପୁଅ ଓ ପ୍ରଦୀପ ପାଣିଗ୍ରାହୀଙ୍କୁ ଜେରା ପାଇଁ ସ୍ୱତନ୍ତ୍ର କୋର୍ଟରେ ଆବେଦନ କରିବ ଇଡି । ସୁରକ୍ଷା ଦୃଷ୍ଟିରୁ ଝାରପଡା ଜେଲ ଭିତରେ ସେମାନଙ୍କୁ ଜେରା କରାଯିବ ବୋଲି ସୂଚନା ମିଳିଛି । ପ୍ରାଥମିକ ତଦନ୍ତରୁ ପ୍ରଦୀପଙ୍କ ଆକାଉଂଟକୁ ୨ କୋଟି ୪୦ ଲକ୍ଷ ଆସିଛି । ଜେରା ପରେ ଏ ବାବଦରେ ବ୍ୟାପକ ତଥ୍ୟ ମିଳିପାରିବ । ଯଦି ଆବଶ୍ୟକ ହୁଏ, ପ୍ରଦୀପ ଓ ପାଠକଙ୍କ ସଂପତି ବ୍ୟାଜ୍ୟାପ୍ତି ହୋଇପାରିବ ବୋଲି ପ୍ରବର୍ତ୍ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି ।

Comments are closed.