ବାଲେଶ୍ୱର ବରଫ କଳରୁ ଆମୋନିଆ ଗ୍ୟାସ ଲିକ୍

ବାଲେଶ୍ୱର-ବାଲେଶ୍ୱର ତାରିଣୀ ଛକ ନିକଟରେ ଆମୋନିଆ ଗ୍ୟାସ ଲିକ୍ ହୋଇଥିବା ସୂଚନା ମିଳିଛି । ତାରିଣୀ ଛକ ନିକଟରେ ଥିବା ବରଫ କଳରେ ଆମୋନିଆ ଗ୍ୟାସ ଲିକ୍ ହୋଇଛି । ଗ୍ୟାସ୍ଲିକ ଯୋଗୁଁ ନିକଟରେ ଥିବା ସ୍କୁଲ ଛାତ୍ରଛାତ୍ରୀଙ୍କୁ ସ୍ଥାନାନ୍ତର କରାଯାଇଛି । ଏଥିରେ ୧୦ ବର୍ଷର ବାଳକ ଅସୁସ୍ଥ ହୋଇଥିବା କୁହାଯାଉଛି । ଘଟଣା ସ୍ଥଳରେ ଅଗ୍ନିଶମ ଅଧିକାରୀ ପହଂଚିଛନ୍ତି ।

Comments are closed.