ମାର୍ଚ୍ଚ ପହିଲାରୁ ବୟସ୍କ ନାଗରିକଙ୍କୁ ଟିକାକରଣ, ଗୁରୁତର ରୋଗରେ ପୀଡିତ ଥିଲେ ଦେବାକୁ ହେବ ସାର୍ଟିଫିକେଟ

ଭୁବନେଶ୍ୱର- ରାଜ୍ୟରେ କୋଭିଡ ଟିକାକରଣ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ଯେ, ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କର ଟିକାକରଣ ଚାଲିଛି । ପ୍ରଥମ ଡୋଜରେ ୮୮ ପ୍ରତିଶତ ଓ ଦ୍ୱିତୀୟରେ ୮୬ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ଟିକା ନେଇଛନ୍ତି । ୭୮ ପ୍ରତିଶତ ସମ୍ମୁଖ ଯୋଦ୍ଧା ପ୍ରଥମ ଡୋଜ୍ ନେଇଛନ୍ତି । ମାର୍ଚ୍ଚ ପହିଲାରୁ ବୟସ୍କ ଓ ଅନ୍ୟ ଗୁରୁତର ପୀଡିତଙ୍କୁ ଟିକା ଦିଆଯିବ । ଗୁରୁତର ରୋଗରେ ପୀଡିତ ଥିବା ବ୍ୟକ୍ତିଙ୍କୁ ଏକ ସାର୍ଟିଫିକେଟ ଦେବାକୁ ପଡିବ । ପୋର୍ଟାଲ ଓ ଅନଲାଇନରେ ପଂଜିକରଣ କରିହେବ ବୋଲି ସେ କହିଛନ୍ତି ।

Comments are closed.