ବିଡେନ ଓ କମଲା ହାରିସ ଟାଇମ୍ସ ପତ୍ରିକାର ‘ପର୍ସନ୍ ଅଫ୍ ଦି ଇୟର’

ୱାଶିଂଟନ – ଆମେରିକାର ପରବ ର୍ୀ ରାଷ୍ଟ୍ରପତି ଜୋ ବିଡେନ୍ ଓ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ୨୦୨୦ର ‘ପର୍ସନ ଅଫ୍ ଦି ଇୟର’ ଭାବେ ନାମିତ କରିଛି ଟାଇମ୍ସ ପତ୍ରିକା । ଆମେରିକା ନିର୍ବାଚନରେ ଡୋନାଲ୍ସ ଟ୍ରମ୍ପଙ୍କ ବିପକ୍ଷରେ ବିଜୟ ଯୋଗୁଁ ଉଭୟ ଏହି ସମ୍ମାନର ହକ୍‌ଦାର ବୋଲି ଟାଇମ୍ସ ପତ୍ରିକା ତରଫରୁ କୁହାଯାଇଛି । ବିଡେନ୍ ଓ ହାରିସ ଆମେରିକାରେ ପରିବ ର୍ନର ଧାରା ଆଣିଛନ୍ତି । ଆମେରିକୀୟ ସମାଜ ମଧ୍ୟରେ ବିଭଦେକୁ ଦୂର କରି ଏକତାର ବା ର୍ା ଦେଇଛନ୍ତି ଏବଂ ଶୋକାଭିଭୁତ ବିଶ୍ୱକୁ ନୂତନ ଆଶାର କିରଣ ଦେଖାଇଛନ୍ତି ବୋଲି ଟାଇମ୍ସ ଲେଖିଛି । ବିଡେନ ଓ ହାରିସଙ୍କ ବ୍ୟତୀତ ଟାଇମ୍ସ ‘ପର୍ସନ୍ ଅଫ୍ ଦି ଇୟର’ ଦୌଡ଼ରେ ଆମେରିକାର କରୋନା ହିରୋ ତଥା ସ୍ୱାସ୍ଥ୍ୟ ବିଶେଷଜ୍ଞ ଆନ୍ଥୋନି ଫୌସି, ବର୍ଣ୍ଣ ବୈଷମ୍ୟ ବିରୋଧରେ କାର୍ଯ୍ୟରତ ଏକ ସଂସ୍ଥା ଏବଂ ରାଷ୍ଟ୍ରପତି ଟ୍ରମ୍ପ୍ ଥିଲେ । ରାଷ୍ଟ୍ରପତି ନିର୍ବାଚନରେ ବିଡେନ ୩୦୬ ଇଲେକ୍ଟ୍ରୋରାଲ କଲେଜ୍ ଭୋଟ୍ ପାଇଥିଲା ବେଳେ ଟ୍ରମ୍ପଙ୍କୁ ମାତ୍ର ୨୩୨ ଭୋଟ୍ ମିଳିଥିଲା । ସେହିପରି ଭାରତୀୟ ବଂଶୋଦ୍ଭବ କମଳା ହାରିସ୍ ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇ ଇତିହାସ ରଚିଥିଲେ ।

Comments are closed.