ବିଧାନସଭାରେ ଉଠିଲା ଧାନର ଏମଏସପି ପ୍ରସଙ୍ଗ

ଭୁବନେଶ୍ୱର- ବିଧାନସଭାରେ ଆଜି ସ୍ୱାମୀନାଥନ କମିଟି ସୁପାରିଶ ଲାଗୁ ପ୍ରସଙ୍ଗ ଉଠିଛି । କୃଷି ମନ୍ତ୍ରୀ ଅରୁଣ ସାହୁ ଏହି ପ୍ରସଙ୍ଗରେ କହିଛନ୍ତି ଯେ, କମିିଟି ସୁପାରିଶ କାର୍ଯ୍ୟକାରୀ ହେଲେ ଚାଷୀ ଉପକୃତ ହେବେ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରସଙ୍ଗରେ ବିଜେଡି ବିଧାୟକ ଅମର ଶତପଥୀଙ୍କ ପ୍ରଶ୍ନର ଉତ୍ତରରେ କୃଷି ମନ୍ତ୍ରୀ କହିଥିଲେ ଯେ, ୨୦୧୭ ମାର୍ଚ୍ଚ ୨୫ ତାରିଖରେ ଧାନର ଏମଏସପି ୨ ହଜାର ୯୩୦ ଟଙ୍କା କରିବା ପାଇଁ ଦାବି କରାଯାଇଥିଲା । ୨୦୧୮ରେ ମଧ୍ୟ ଏ କଥା ଉଠାଯାଇଥିଲା । ଧାନର ଉତ୍ପାଦନ ଖର୍ଚ୍ଚ ୨ ହଜାର ୩୪୪ ଟଙ୍କା ବୋଲି ହିସାବ କରିଥିଲେ ରାଜ୍ୟ ସରକାର । କ୍ୟାବିନେଟରେ ପ୍ରସ୍ତାବ ଗୃହୀତ ହୋଇ କେନ୍ଦ୍ର ପାଖକୁ ପଠାଯାଇଛି । ଏମଏସପି ନିର୍ଦ୍ଧାରଣ ବେଳେ ସିଏସିପି ରାଜ୍ୟମାନଙ୍କର ମତାମତ ନେଇଥାଏ । କିନ୍ତୁ ଜାତୀୟ ହାରକୁ ନେଇ ଏମଏସପି ନିର୍ଦ୍ଧାରଣ କରାଯାଉଥିବାରୁ ଓଡିଶା କ୍ଷତିଗ୍ରସ୍ତ ହେଉଛି ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ ଗୃହରେ କହିଛନ୍ତି ।

Comments are closed.