ବାଇ-ଲ’ ପ୍ରସଙ୍ଗରେ ଭୁବନେଶ୍ୱର ସାଂସଦଙ୍କୁ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ପ୍ରଶ୍ନ

ଭୁବନେଶ୍ୱର- ଏକାମ୍ର କ୍ଷେତ୍ରରେ ଏନଏମଏର ପ୍ରସ୍ତାବିତ ବାଇ-ଲ’ ପ୍ରସଙ୍ଗରେ ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ୪ଟି ପ୍ରଶ୍ନ ପଚାରିଛନ୍ତି ।

ମନ୍ତ୍ରୀ ଅଶୋକ ପଣ୍ଡା ପ୍ରଶ୍ନ କରିଛନ୍ତି ଯେ, ସଂସଦଠୁ ବଳି ବଡ ଫୋରମ ଆଉ କ’ଣ ଅଛି କି ? ସଂସଦ ଚାଲିଥିବା ବେଳେ ବାଇ-ଲ ପ୍ରସଙ୍ଗ ଉଠାଇବାର ସୁଯୋଗ କିଏ ହାତଛଡା କରିବା ଉଚିତ କି ? ସେ ନିଜେ ଏହି ସୁଯୋଗ ହାତଛଡା କରି ନଥାନ୍ତେ ବୋଲି ମନ୍ତ୍ରୀ କହିଛନ୍ତି ।

ବିଜେଡି ଓ ବିଜେପି ସଂସଦୀୟ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲେ । କିନ୍ତୁ ସେ ଭୁବନେଶ୍ୱର ସାଂସଦଙ୍କୁ କେଉଁଠି ବି ଦେଖିବାକୁ ପାଇ ନ ଥିଲେ । ଏମିତି କାହିଁକି ହେଲା ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ ।

Comments are closed.