ବିଧାନସଭା ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ, ରହିବ ପ୍ରଶ୍ନକାଳ, ତାରକା ଚିହ୍ନିତ ପ୍ରଶ୍ନ ପଚାରିପାରିବେ ବିଧାୟକ

ଭୁବନେଶ୍ୱର- ବିଧାନସଭାର ବଜେଟ ଅଧିବେଶନ ପୂର୍ବରୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଛି । ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିବା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି । ଅଧିବେଶନରେ ପ୍ରଶ୍ନକାଳ ରହିବ ଓ ବିଧାୟକମାନେ ତାରକା ଚିହ୍ନିତ ପ୍ରଶ୍ନ ପଚାରିପାରିବେ । ଏହା ସହ ମୁଲତବୀ ପ୍ରସ୍ତାବ ଆଲୋଚନା ଦେଢ ଘଂଟା ଚାଲିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ପୂର୍ବପରି ଗୃହ କାର୍ଯ୍ୟ ଦୈନିକ ସାଢେ ୪ ଘଂଟା ଚାଲିବ । ପ୍ରଥମ ପର୍ଯ୍ୟାୟ ସାଢେ ୧୦ଟାରୁ ଅରରାହ୍ନ ୧ଟା ଏବଂ ଦ୍ୱିତୀୟ ପର୍ଯ୍ୟାୟ ୩ଟାରୁ ୫ଟା ଯାଏଁ ଚାଲିବ ।

ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟ ବିଶିଷ୍ଟ ହେବ । ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୧୮ରୁ ୨୭ ତାରିଖ ଯାଏଁ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୨ରୁ ଏପ୍ରିଲ ୯ ଯାଏଁ ଚାଲିବ । ଏହିମାସ ୨୨ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନ କରିବେ ।

Comments are closed.