ବିମାନବନ୍ଦର ପ୍ରସ୍ତାବ ଅନୁଧ୍ୟାନ ପାଇଁ ପୁରୀ ଆସିବ ଭାରତୀୟ ବିମାନବନ୍ଦର ପ୍ରାଧିକରଣ ଟିମ୍

ପୁରୀ- ଆନ୍ତର୍ଜାତିକ ବିମାନବନ୍ଦର ପ୍ରତିଷ୍ଠା ପ୍ରସ୍ତାବର ଅନୁଧ୍ୟାନ କରିବା ପାଇଁ ଆସନ୍ତା ସପ୍ତାହରେ ପୁରୀ ଆସିବ ଭାରତୀୟ ବିମାନବନ୍ଦର ପ୍ରାଧିକରଣର ଟିମ୍ । ପ୍ରାଧିକରଣର ଟିମ୍ ବିମାନବନ୍ଦର ପାଇଁ ସ୍ଥାନ ଆକଳନ ଓ ନିରୂପଣ କରିବ ବୋଲି ପୁରୀ ସାଂସଦ ପିନାକୀ ମିଶ୍ର ସୂଚନା ଦେଇଛନ୍ତି । ପୁରୀରେ ଆନ୍ତର୍ଜାତିକ ବିମାନବନ୍ଦର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ମାସ ତଳେ କେନ୍ଦ୍ରକୁ ଚିଠି ଲେଖିଥିଲେ ।

Comments are closed.