ଅଷ୍ଟ୍ରେଲିଆନ ଓପନ: ନାଓମି ଓସାକା ମହିଳା ସିଙ୍ଗଲ୍ସ ଚାମ୍ପିୟନ, ଫାଇନାଲରେ ବାର୍ଡିଙ୍କୁ ହରାଇଲେ

ମେଲବୋର୍ଣ୍ଣ – ଜାପାନର ଉଦୀୟମାନ ତାରକା ନାଓମି ଓସାକା ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ୍ ଅଷ୍ଟ୍ରେଲିଆନ ଓପନରେ ଚାମ୍ପିୟନ ମୁକୁଟ ପିନ୍ଧିଛନ୍ତି । ଶନିବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ଫାଇନାଲରେ ଓସାକା ଆମେରିକାର ଜେନିଫର ବାର୍ଡିଙ୍କୁ ହରାଇ ଟାଇଟଲ୍ ଜିତିଛନ୍ତି । ଓସାକା ସିଧାସଳଖ ୬-୪, ୬-୩ ସେଟରେ ବାର୍ଡିଙ୍କୁ ପରାସ୍ତ କରିଥିଲେ । ଓସାକାଙ୍କ ଏହା ଦ୍ୱିତୀୟ ଅଷ୍ଟ୍ରେଲିଆନ ଓପନ୍ ଟାଇଟଲ ତଥା ଚତୁର୍ଥ ଗ୍ରାଣ୍ଡସ୍ଲାମ୍ ଟ୍ରଫି । ଏହି ବିଜୟ ସହ ଓସାକା ମହିଳା ସିଙ୍ଗଲ୍ସରେ ନୂଆ କୁଇନ୍ ଭାବେ ନିଜ ସ୍ଥିତି ଜାହିର କରିଛନ୍ତି ।

ବାର୍ଡି ନିଜର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଫାଇନାଲ ଖେଳୁଥିଲା ବେଳେ ଓସାକାଙ୍କ ଏହା ଥିଲା ଚତୁର୍ଥ ଗ୍ରାଣ୍ଡସ୍ଲାମ୍ ଫାଇନାଲ । ଓସାକାଙ୍କ ଆଗରେ ବାର୍ଡି ଅସହାୟ ମନେ ହୋଇଥିଲେ । ତୃତୀୟ ସିଡ୍ ଓସାକା ଚମତ୍କାର ପ୍ରଦର୍ଶନ ସହ ଆରମ୍ଭରୁ ଶେଷ ଯାଏଁ ବାର୍ଡିଙ୍କ ଉପରେ ପ୍ରାଧାନ୍ୟ ଜାହିର କରିଥିଲେ । ଅତ୍ୟଧିକ ଅନଫୋର୍ସଡ୍ ଏରର୍ ମଧ୍ୟ ବାର୍ଡିଙ୍କୁ ମହଙ୍ଗା ପଡିଥିଲା ।

Comments are closed.