ବୀମା କ୍ଷେତ୍ରରେ ଏଫ୍‌ଡିଆଇ ସୀମା ୭୪% ବୃଦ୍ଧି ସମ୍ବନ୍ଧୀୟ ବିଧେୟକକୁ ରାଜ୍ୟସଭାରେ ମଞ୍ଜୁରି

ନୂଆଦିଲ୍ଲୀ – ବୀମା (ସଂଶୋଧନ) ବିଧେୟକ ୨୦୨୧କୁ ରାଜ୍ୟସଭାରେ ମଞ୍ଜୁରି ମିଳିଛି । ବୀମା କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ (ଏଫ୍‌ଡିଆଇ) ସୀମା ୪୯ ପ୍ରତିଶତରୁ ୭୪ ପ୍ରତିଶତ ବୃଦ୍ଧି କରାଯିବା ଏହି ବିଧେୟକର ଉଦ୍ଦେଶ୍ୟ ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବିଧେୟକ ଉପରେ ଆଜି ରାଜ୍ୟସଭାରେ ବିତର୍କ ବେଳେ କହିଛନ୍ତି ଯେ, ବୀମା କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ସୀମା ୭୪% କୁ ବୃଦ୍ଧି କରାଯାଇଛି । ଏହା ଦ୍ୱାରା ବୀମା କମ୍ପାନୀମାନେ ଉପକୃତ ହେବେ ।

ବୀମା ସଂଶୋଧନ ବିଧେୟକ ରାଜ୍ୟସଭାରେ ବାଚନିକ ଭୋଟ୍ ଦ୍ୱାରା ପାରିତ ହୋଇଥିଲା । ବୀମା ସଂଶୋଧନ ବିଧେୟକ ଆଣିବାର ଉଦ୍ଦେଶ୍ୟ ହେଉଛି ଏହା ଦ୍ୱାରା ବୀମା କମ୍ପାନୀ ସେମାନଙ୍କୁ ବିଦେଶୀ ପୁଞ୍ଜିର କେତେଦୂର ଆବଶ୍ୟକତା ଅଛି ତାହା ସ୍ଥିର କରିପାରିବେ । ଏହି ବିଧେୟକ ବୀମା କମ୍ପାନୀଙ୍କ ଘରୋଇକରଣ ଓ ଏହି କମ୍ପାନୀରୁ ସରକାରୀ ପୁଞ୍ଜି ବିନିବେଶ ପାଇଁ ଉଦ୍ଦିଷ୍ଟ ନୁହେଁ ବୋଲି ସୀତାରମଣ କହିଛନ୍ତି ।

Comments are closed.