ବ୍ରିଟେନରେ କରୋନା ଭାଇରସର ନୂଆ ଷ୍ଟ୍ରେନ୍‌କୁ ନେଇ ଆତଙ୍କିତ ନ‌ ହେବାକୁ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ – ବ୍ରିଟେନରେ ବ୍ୟାପିଥିବା କରୋନାଭାଇରସର ନୂଆ ଷ୍ଟ୍ରେନ୍‌କୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି। ସରକାର ଏ ବିଷୟରେ ସଚେତନ ଓ ସତର୍କ ଅଛନ୍ତି ବୋଲି ସେ କହିଛନ୍ତି । ବ୍ରିଟେନରେ କରୋନା ଭୂତାଣୁର ଏକ ନୂଆ ଷ୍ଟ୍ରେନ ଭିୟୁଆଇ-୨୦୨୦୧୨/୦୧ ଠାବ ହୋଇଛି, ଯାହା ଅତ୍ୟଧିକ ସଂକ୍ରାମକ ବୋଲି କୁହାଯାଇଛି । ଏହି କାରଣରୁ ଅନେକ ଦେଶ ବ୍ରିଟେନକୁ ବିମାନସେବା ବନ୍ଦ କରିସାରିଛନ୍ତି।

ସାଧାରଣତଃ ଏକ ଭାଇରସ୍ କ୍ରମାଗତ ଭାବେ ମ୍ୟୁଟେଟ୍ ହୁଏ ବା ରୂପ ବଦଳାଇଥାଏ । ମ୍ୟୁଟେଟ୍ ହେବା ସହ ଅଧିକାଂଶ ଭାଇରସ୍ ଆପେ ବିଲୋପ ହୋଇଯାଏ କିମ୍ବା ଆଗ ଅପେକ୍ଷା ଆହୁରି ଅଧିକ ଶକ୍ତିଶାଳୀ ଏବଂ ବିପଜ୍ଜନକ ହୋଇଯାଏ | ଏହି ପ୍ରକ୍ରିୟା ଏତେ ଶୀଘ୍ର ଘଟେ ଯେ ବୈଜ୍ଞାନିକମାନେ ଭାଇରସର ଗୋଟିଏ ଷ୍ଟ୍ରେନକୁ ବୁଝିଲା ବେଳକୁ ତାର ଅନ୍ୟ ଏକ ନୂଆ ଷ୍ଟ୍ରେନ ସାମ୍ନାକୁ ଆସିଯାଏ । ଏହା ହଠାତ୍ ଜାଣିବା କଷ୍ଟକର ହୋଇପଡେ | ବ୍ରିଟେନ ବୈଜ୍ଞାନିକମାନେ ଆକଳନ କରିଛନ୍ତି ଯେ ବ୍ରିଟେନରେ ମିଳୁଥିବା କରୋନାଭାଇରସର ନୂଆ ଷ୍ଟ୍ରେନ ପୂର୍ବ ଅପେକ୍ଷା ୭୦% ଅଧିକ ବିପଜ୍ଜନକ ହୋଇପାରେ।

Comments are closed.