ବ୍ୟକ୍ତିଗତ କାରଣରୁ ବୁମ୍‌ରାଙ୍କୁ ଭାରତୀୟ ଦଳରୁ ଛଡ଼ାଗଲା

ଅହମ୍ମଦାବାଦ – ଚତୁର୍ଥ ଟେଷ୍ଟ ପୂର୍ବରୁ ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କୁ ଭାରତୀୟ ଦଳରୁ ରିଲିଜ୍ କରାଯାଇଛି । ବ୍ୟକ୍ତିଗତ କାରଣରୁ ତାଙ୍କୁ ଦଳରୁ ଛଡ଼ା ଯାଇଛି ବୋଲି ବିସିସିଆଇ ତରଫରୁ କୁହାଯାଇଛି । ଗୁରୁବାର ଠାରୁ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ଆରମ୍ଭ ହେବ । ତେବେ ବୁମରାଙ୍କ ସ୍ଥାନରେ ଭାରତୀୟ ଦଳରେ କୌଣସି ବିକଳ୍ପ ଖେଳାଳିଙ୍କୁ ସାମିଲ କରାଯିବ ନାହିଁ ବୋଲି ବିସିିସିଆଇ କହିଛି ।

ବୁମରା ବ୍ୟକ୍ତିଗତ କାରଣ ଦର୍ଶାଇ ଦଳରୁ ତାଙ୍କୁ ଛଡ଼ାଯିବାକୁ ଅନୁରୋଧ କରିଥିଲେ । ତଦ୍‌ନୁସାରେ ଏହି ପେସରଙ୍କୁ ଦଳରୁ ରିଲିଜ୍ କରାଯାଇଛି । ଚତୁର୍ଥ ଟେଷ୍ଟ ପାଇଁ ସେ ଉପଲବ୍ଧ ହେବେ ନାହିଁ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହ କହିଛନ୍ତି ।

ପୂର୍ବରୁ ବୁମରାଙ୍କୁ ହ୍ୱାଇଟ୍ ବଲ୍ ସିରିଜରୁ ବିଶ୍ରାମ ଦିଆଯାଇଛି । ଚାରି ମ୍ୟାଚ୍ ଟେଷ୍ଟ ସିରିଜ ପରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି୨୦ ଓ ତିନି ଟିକିଆ ଦିନିକିଆ ସିରିଜ୍ ଆରମ୍ଭ ହେବ ।

Comments are closed.