ଭକ୍ତଙ୍କ ପାଇଁ ଖୋଲିଲା ଲିଙ୍ଗରାଜ ମନ୍ଦିର, ଡିସେମ୍ବର ୩୧ ତାରିଖ ଯାଏଁ କେବଳ ସେବାୟତ ପରିବାର କରିବେ ଦର୍ଶନ

ଭୁବନେଶ୍ୱର- ଦୀର୍ଘ ୯ ମାସ ପରେ ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିର ଭକ୍ତଙ୍କ ପାଇଁ ଖୋଲିଛି । କୋଭିଡ କଟକଣା ମଧ୍ୟରେ ଆଜିଠାରୁ ଖୋଲିଛି ମନ୍ଦିର ।ା ଆଜିଠାରୁ ଡିସେମ୍ବର ୩୧ ତାରିଖ ଯାଏଁ କେବଳ ମନ୍ଦିର ସେବାୟତ ଓ ପରିବାର ଲୋକେ ହିଁ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିପାରିବେ । ୧ ଓ ୨ ତାରିଖ ମନ୍ଦିର ବନ୍ଦ ରହିବ । ଜାନୁଆରୀ ୩ ରୁ ୫ ତାରିଖ ଯାଏଁ ଭୁବନେଶ୍ୱରବାସୀ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ଜାନୁାଆରୀ ୬ ତାରିଖରୁ ସାଧାରଣ ଲୋକେ ଦର୍ଶନ କରିବେ । ସମସ୍ତେ ମାସ୍କ ପିନ୍ଧିବା ସହ ୬ ଫୁଟର ସାମାଜିକ ଦୂରତା ରକ୍ଷା କରିବେ । ମନ୍ଦିରର ପ୍ରବେଶ ଓ ପ୍ରସ୍ଥାନ ପଥରେ ହାତଧୁଆ ଓ ସାନିଟାଇଜର ବ୍ୟବସ୍ଥା କରାଯାଇଛି ।

Comments are closed.