ଭଦ୍ରକରେ ଆଜି ବିଜୁ ଯୁବ ଓ ଛାତ୍ର ନେତୃତ୍ୱ ସମ୍ମିଳନୀ, ଗୁରୁମନ୍ତ୍ର ଦେବେ ବିଜେଡି ସୁପ୍ରିମୋ

ଭଦ୍ରକ- ବିଜୁ ଯୁବ ଓ ଛାତ୍ର ନେତୃତ୍ୱ ସମ୍ମିଳନୀ ଆଜି ଭଦ୍ରକରେ ଆୟୋଜିତ ହେଉଛି । ସ୍ଥାନୀୟ ନେହେରୁ ଷ୍ଟାଡିୟମରେ ହେବାକୁ ଥିବା କାର୍ଯ୍ୟକ୍ରମରେ ବହୁ ଯୁବନେତା ସାମିଲ ହେବେ ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୁବ ଛାତ୍ର ନେତା ଓ କର୍ମୀଙ୍କୁ ଭର୍ଚୁଆଲରେ ସମ୍ବୋଧନ କରିବେ । ଆଗାମୀ ଦିନରେ ସଂଗଠନକୁ ତୃଣମୂଳସ୍ତରରେ ଆହୁରି ସୁଦୃଢ କରିବା ପାଇଁ ଯୁବ ଓ ଛାତ୍ର କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେବେ ନବୀନ । ଏହାଛଡା ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ କିପରି କୋଣ ଅନୁକୋଣରେ ଲୋକଙ୍କ ପାଖରେ ପହଂଚିବ, ସେ ନେଇ ବି ପରାମର୍ଶ ଦିଆଯିବ ।

Comments are closed.