କରୋନା ଅପଡେଟ୍‌: ଗତ ୨୪ ଘଣ୍ଟାରେ ଭାରତରେ ୧୩,୦୫୨ ରୋଗୀ ଚିହ୍ନଟ, ୧୨୭ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ – ଭାରତରେ ଗତ ୨୪ ଘଣ୍ଟାରେ ଆଉ ୧୩,୦୫୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ରୋଗରେ ପୁଣି ୧୨୭ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଭାରତରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୭ ଲକ୍ଷ ୪୬,୧୮୩କୁ ବୃଦ୍ଧି ପାଇଛି । ଏହି ରୋଗରେ ଏଯାବତ ୧ ଲକ୍ଷ ୫୪ ହଜାର ୨୭୪ ଜଣ ଲୋକ ପ୍ରାଣ ହରାଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ, ଦେଶରେ ଗତ ୨୪ ଘଣ୍ଟାରେ ଆଉ ୧୩, ୯୬୫ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିସହ ଭାରତରେ ବର୍ତ୍ତମାନ ସୁଦ୍ଧା ୧ କୋଟି ୪ ଲକ୍ଷ ୨୩,୧୨୫ ଜଣ ଲୋକ ଏହି ମହାମାରୀରୁ ଆରୋଗ୍ୟ ଲାଭ କରିସାରିଛନ୍ତି । ଦେଶରେ ଏବେ କେବଳ ୧ ଲକ୍ଷ ୬୮ ହଜାର ୭୮୪ ସକ୍ରିୟ ମାମଲା ତଥା ଚିକିତ୍ସାଧୀନ ରୋଗୀ ଅଛନ୍ତି ।

Comments are closed.