ଭାରତରୁ ଆସୁଥିବା ଯାତ୍ରୀଙ୍କୁ ଶ୍ରୀଲଙ୍କା ମନା, ଲାଗିଲା କଟକଣା

କଲମ୍ବୋ: ଗମ୍ଭୀର କୋଭିଡ୍ ସ୍ଥିତି ଦୃଷ୍ଟିରୁ ଭାରତରୁ ବିମାନ ଯାତ୍ରୀଙ୍କ ଉପରେ ଏବେ ଶ୍ରୀଲଙ୍କା ମଧ୍ୟ କଟକଣା ଲଗାଇଛି । ଭାରତରୁ କୌଣସି ଯାତ୍ରୀଙ୍କୁ ଶ୍ରୀଲଙ୍କାରେ ପ୍ରବେଶ ଅନୁମତି ମିଳିବ ନାହିଁ । ଆଜିଠାରୁ ଏହି କଟକଣା ଲାଗୁ ହୋଇଛି । ସ୍ଥିତି ଦେଖି କଟକଣା ହଟାଇବା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ।

କରୋନା ଯୋଗୁଁ ଶ୍ରୀଲଙ୍କାର ପର୍ଯ୍ୟଟନ ଶିଳ୍ପ ବେଶ୍ କ୍ଷତି ସହିଛି । ନିଜ ପର୍ଯ୍ୟଟନ କ୍ଷେତ୍ର ପାଇଁ ଭାରତ ଶ୍ରୀଲଙ୍କାର ଏକ ବଡ଼ ବଜାର ଥିଲା । ତେବେ ଭାରତରେ ଭୟାବହ କରୋନା ସ୍ଥିତି ଯୋଗୁଁ ଶ୍ରୀଲଙ୍କା ଏବେ ଭାରତରୁ ଯାତ୍ରୀଙ୍କ ଉପରେ କଟକଣା ଲଗାଇବାକୁ ବାଧ୍ୟ ହୋଇଛି ।
ପୂର୍ବରୁ ଆମେରିକା, ବ୍ରିଟେନ, କାନାଡା, ବେଲଜିୟମ, ଅଷ୍ଟ୍ରେଲିଆ ଭଳି ଦେଶ ଭାରତରୁ ବିମାନ ଯାତ୍ରୀଙ୍କୁ ବାରଣ କରିଛନ୍ତି ।

ଭାରତରେ କୋଭିଡ୍ ସଂକ୍ରମଣର ପ୍ରକୋପ ଜାରି ରହିଛି । ଆଜି ଦେଶରେ ୪.୧୩ ଲକ୍ଷ ମାମଲା ରେକର୍ଡ କରାଯାଇଛି । ଦ୍ୱିତୀୟ ଥର ପାଇଁ ଭାରତରେ ଚାରି ଲକ୍ଷରୁ ଊର୍ଦ୍ଧ୍ୱ ମାମଲା ଆସିଛି । ଦୈନିକ ସଂକପମ୍ରଣ ସହ ମୃତ୍ୟୁ ସଂଖ୍ୟାରେ ମଧ୍ୟ ରେକର୍ଡ ବୃଦ୍ଧି ଘଟୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୯୮୦ ଲୋକଙ୍କ ମୃତ୍ୟୁ ହୋଇଛି ।

Comments are closed.