ଭାରତରେ ଆଉ ୩.୨୯ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ, ୩୮୭୯ ମୃତ

ନୂଆଦିଲ୍ଲୀ: ସମ୍ପ୍ରତି କରୋନା ସଂକ୍ରମଣର ଭୟଙ୍କର ଦ୍ୱିତୀୟ ଲହରୀରେ ଛଟପଟ ହେଉଥିବା ଭାରତରେ ଗତ ୨୪ ଘଣ୍ଟାରେ ଆଉ ୩୨୯,୯୪୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ଏହି ଘାତକ ରୋଗରେ ୩୮୭୯ ଜଣଙ୍କର ମୃତ୍ୟୁ ହୋଇଛି ।

ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨୨,୯୯୨,୫୧୭ରେ ପହଞ୍ଚିଛି । ଏଯାବତ୍ ଏହି ମହାମାରୀ ଭାରତରେ ୨୪୯,୯୯୨ ଲୋକଙ୍କ ଜୀବନ ନେଲାଣି ।

ଗତକାଲି ଦେଶର ୩୬୬,୧୬୧ ମାମଲା ରେକର୍ଡ କରାଯାଇଥିଲା । ଆଜି ଯଦିଓ ସଂକ୍ରମଣରେ ସାମାନ୍ୟ ହ୍ରାସ ଘଟିଛି, ମୃତ୍ୟୁ ହାର ଚିନ୍ତାଜନକ ଭାବେ ଅଧିକ ରହିଛି । ଭାରତରେ ମୃତ୍ୟୁହାର ୧.୦୯% ରହିଛି । ଦେଶରେ ଏବେ ମୋଟ ସକ୍ରିୟ ମାମଲା ବୃଦ୍ଧି ପାଇ ୩,୭୧୫,୨୨୧ରେ ପହଞ୍ଚିଛି ।

ବିଶ୍ୱର ମୋଟ ନୂଆ କୋଭିଡ୍ ମାମଲାର ପ୍ରାୟ ୫୩% ରୋଗୀ ଭାରତରେ ଚିହ୍ନଟ ହେଉଛନ୍ତି । ଏଥିରୁ ଭାରତରେ କୋଭିଡ୍ ସ୍ଥିତି କେତେ ଭୟଙ୍କର ତାହା ସ୍ପଷ୍ଟ ବାରି ହୋଇପଡୁଛି ।

Comments are closed.