ଭାରତୀୟ ଷ୍ଟ୍ରେନ୍ ବିଶ୍ୱ ପାଇଁ ଚିନ୍ତାଜନକ: ଡବ୍ଲୁଏଚ୍‌ଓ

ନୂଆଦିଲ୍ଲୀ: କୋଭିଡ୍‌-୧୯ର ଭାରତୀୟ ଷ୍ଟ୍ରେନ୍ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି । ଭାରତରେ ମିଳିଥିବା ‘ବି.୧.୬୧୭’ ଷ୍ଟ୍ରେନ୍ ଅଧିକ ବେଗରେ ଲୋକଙ୍କୁ ସଂକ୍ରମିତ କରୁଛି । ଏହି ଷ୍ଟ୍ରେନ୍ ଉପରେ ଅଧିକ ଗବେଷଣା ଜରୁରୀ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) କହିଛି । କରୋନାର ଏହି ଭାରତୀୟ ଷ୍ଟ୍ରେନ୍ ବିଶ୍ୱର ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଦେଶରେ ମଧ୍ୟ ଠାବ ହୋଇଛି । ୟୁକେ, ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲରେ ମିଳିଥିବା ଷ୍ଟ୍ରେନ୍ ଠାରୁ ଭାରତୀୟ ଷ୍ଟ୍ରେନ୍ ଅଧିକ ଘାତକ ।

ଭାରତରେ ସମ୍ପ୍ରତି କରୋନା ଜନିତ ଭୟଙ୍କର ସଂକ୍ରମଣ ଓ ମୃତ୍ୟୁ ପାଇଁ ‘ବି.୧.୬୧୭’ ଷ୍ଟ୍ରେନ୍ ମୁଖ୍ୟ କାରଣ ବୋଲି ମନେ କରାଯାଉଛି । ଏହି ଷ୍ଟ୍ରେନ୍ ଉପରେ ଗବେଷଣା ଜାରି ରହିଛି ।
ଭାରତରେ ଦୈନିକ ପ୍ରାୟ ୪ ଲକ୍ଷ ପାଖାପାଖି ସଂକ୍ରମଣ ଏବଂ ୪ ହଜାର ମୃତ୍ୟୁ ରେକର୍ଡ କରାଯାଉଛି । ହେଲେ ପ୍ରକୃତ ସଂଖ୍ୟା ଏହାଠାରୁ ଅଧିକ ହୋଇପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଆଶଙ୍କା କରିଛନ୍ତି ।

Comments are closed.