ଭାରତରେ ଆଉ ୫୬ ହଜାର କରୋନା ଆକ୍ରାନ୍ତ ଚିହ୍ନଟ, ୨୭୧ ମୃତ

ନୂଆଦିଲ୍ଲୀ – ଭାରତରେ କରୋନା ସଂକ୍ରମଣର ଗତି ଥମୁନାହିଁ । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୫୬,୨୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ମୋଟ କରୋନା ମାମଲା ୧,୨୦,୯୫,୮୫୫କୁ ବୃଦ୍ଧି ପାଇଛି । ଦିନକରେ ଏହି ମହାମାରୀରେ ଆଉ ୨୭୧ ଜଣ ଲୋକଙ୍କ ଜୀବନ ଯାଇଛି । ମୃତ୍ୟୁ ସଂଖ୍ୟା ୧,୬୨,୧୧୪ରେ ପହଞ୍ଚିଛି ।

ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ କ୍ରମାଗତ ବଢ଼ିବାରେ ଲାଗିଛି । ଏବେ ଭାରତରେ ମୋଟ ୫,୪୦,୭୨୦ ସକ୍ରିୟ ରୋଗୀ ଅଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ମୁତାବକ, ଭାରତରେ ଏଯାବତ୍ ୧,୧୩,୯୩,୦୨୧ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ।
ମହାରାଷ୍ଟ୍ରରେ ଦେଶର ୫୦%ରୁ ଊର୍ଦ୍ଧ୍ୱ କରୋନା ମାମଲା ରେକର୍ଡ କରାଯାଉଛି । ଆଜି ୨୭୧ ଜଣ ମୃତକଙ୍କ ମଧ୍ୟରୁ ଏହି ରାଜ୍ୟରେ ହିଁ ୧୦୨ ଜଣ ପ୍ରାଣ ହରାଇଛନ୍ତି । ମହାରାଷ୍ଟ୍ର ବ୍ୟତୀତ ପଞ୍ଜାବ, ଛତିଶଗଡ଼, କର୍ଣ୍ଣାଟକ, ଗୁଜରାଟ ଓ ଦିଲ୍ଲୀରେ ମଧ୍ୟ ନୂଆ ମାମଲା ବୃଦ୍ଧି ପାଉଛି ।

Comments are closed.