ଭାରତରେ ନୂଆ ଷ୍ଟ୍ରେନର ଆଉ ୪ ମାମଲା

ନୂଆଦିଲ୍ଲୀ – ଭାରତରେ କରୋନାର ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ଆଉ ଚାରି ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହ ଦେଶରେ ନୂଆ ଷ୍ଟ୍ରେନ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି । ସୂଚନାଯୋଗ୍ୟ ଯେ ନଭେମ୍ବର ୨୫ରୁ ଡିସେମ୍ବର ୨୩ ମଧ୍ୟରେ ବ୍ରିଟେନରୁ ଭାରତ ଫେରିଥିବା ୩୩,୦୦୦ ଯାତ୍ରୀ ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡ଼ା ସେମାନଙ୍କ ଆରଟି-ପିସିଆର ଟେଷ୍ଟ କରିବାକୁ କୁହାଯାଇଛି । ଯେଉଁମାନଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସୁଛି, ସେମାନଙ୍କ ନମୁନାରେ ନୂଆ ଷ୍ଟ୍ରେନ୍ ରହିଛି କି ନାହିଁ ସ୍ପଷ୍ଟ କରିବାକୁ ପୁଣି ଜିନୋମ ସ୍ୱିକେନ୍ସିଂ ପାଇଁ ନମୁନା ପଠାଯାଉଛି । ଜିନୋମ ସ୍ୱିକେନ୍ସିଂ ଦ୍ୱାରା ନୂଆ ଷ୍ଟ୍ରେନ୍ ଚିହ୍ନଟ ହେଉଛି । ନୂଆ ଷ୍ଟ୍ରେନ୍ କେତେ ବିପଜ୍ଜନକ ଓ ଘାତକ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏହା ୭୦% ଅଧିକ ସଂକ୍ରାମକ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

Comments are closed.