ଭାରତରେ ବ୍ରିଟେନ୍ ଷ୍ଟ୍ରେନ୍ ଦ୍ୱାରା ଆକ୍ରାନ୍ତଙ୍କ ସଂଖ୍ୟା ୧୦୨କୁ ବୃଦ୍ଧି

ନୂଆଦିଲ୍ଲୀ – ଭାରତରେ ବ୍ରିଟେନ ଷ୍ଟ୍ରେନ୍ ଦ୍ୱାରା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଦେଶରେ ଏହି ନୂଆ ଷ୍ଟ୍ରେନ୍ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ୧୦୨ରେ ପହଞ୍ଚିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବୁଧବାର ଏହି ସୂଚନା ଦେଇଛି । ଜାନୁୟାରୀ ୧୧ ସୁଦ୍ଧା ନୂଆ ଷ୍ଟ୍ରେନ ଜନିତ ମାମଲା ୯୬ ଥିଲା । ଏହି ସଂକ୍ରମିତ ଲୋକଙ୍କୁ ସମ୍ପୃକ୍ତ ରାଜ୍ୟ ସରକାର ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟ କେନ୍ଦ୍ରର ଅଲଗା କକ୍ଷରେ ଆଇସୋଲେସନରେ ରଖିଛନ୍ତି । ଏମାନଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନଙ୍କୁ ମଧ୍ୟ ଆଇସୋଲେସନରେ ରଖାଯାଇଥିବା ବେଳେ ସେମାନଙ୍କ ସହଯାତ୍ରୀଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ କୁହାଯାଇଛି ।

Comments are closed.