ଯୁବକଙ୍କ ମୃତ୍ୟୁକୁ ନେଇ ଭଦ୍ରକ ତିହିଡିରେ ଉତ୍ତେଜନା, ପୋଲିସ ଗାଡି ପୋଡିଲେ ଲୋକେ, ରାସ୍ତା ଅବରୋଧ

ଭଦ୍ରକ- ଯୁବକଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ । ଭଦ୍ରକ ଜିଲ୍ଲା ତିହିଡି ଥାନା ଅଲ୍ଲୀନଗର ଛକରେ ଜଣେ ଯୁବକଙ୍କ ପୋଲିସ ମାଡରେ ମୃତ୍ୟୁ ହୋଇଥିବା ଅଭିଯୋଗ ନେଇ ଉତ୍ତେଜନା ସୃଷ୍ଟି ହୋଇଛି । ମୃତକ ନୟାନନ୍ଦ ପଂଚାୟତ ହାତୁଆରି ଗାଁର ବାପି ମହାଳିକ । ସୂଚନା ଅନୁସାରେ ବାପି ତାଙ୍କ ଭଉଣୀ ଘରକୁ ଯାଇଥିବା ବେଳେ ପୋଲିସ କୌଣସି କାରଣରୁ ତାଙ୍କୁ ଗୋଡାଇଥିଲା । ବାପି ଦୌଡିବା ବେଳେ ପୋଖରୀ ଭିତରେ ପଡି ଯାଇଥିଲେ । ପୋଲିସ ବାପିଙ୍କୁ ଉଦ୍ଧାର ନ କରି ଅଗ୍ନିଶମ ବାହୀନିକୁ ଅପେକ୍ଷା କରିଥିଲା ବୋଲି ଅଭିଯୋଗ ହୋଇଛି । ପରେ ତାଙ୍କୁ ଉଦ୍ଧାର କରାଗଲା ପରେ ତାଙ୍କର ମୃତ୍ୟୁ ହୋଇସାରିଥିଲା । ଉତକ୍ଷିପ୍ତ ଲୋକେ ମୃତ ଦେହ ଧରି ଭଦ୍ରକ-ଚାନ୍ଦବାଲି ରାସ୍ତାକୁ ଅଲ୍ଲୀନଗରଠାରେ ଅବରୋଧ କରିଥିଲେ । ପୋଲିସକୁ ମାଡ ମାରିବା ସହ ପିସିଆର ଭ୍ୟାନ ଜାଳିଦେଇଛନ୍ତି ଲୋକେ । ପୂର୍ବ ମାମଲାକୁ ନେଇ ଯୁବକଙ୍କୁ ଗିରଫ ପାଇଁ ଆସିଥିଲା ପୋଲିସ ।

Comments are closed.