ଭାରତୀୟ ଡ୍ରଗ୍ସ ନିୟାମକର ସଙ୍କେତ: ଖୁବ୍‌ଶୀଘ୍ର ଆସିବ ଟିକା

ନୂଆଦିଲ୍ଲୀ – ଦେଶରେ ଖୁବଶୀଘ୍ର କୋଭିଡ୍‌-୧୯ ଟିକା ଉପଲବ୍ଧ ହେବ ବୋଲି ଭାରତୀୟ ଡ୍ରଗ୍ସ ନିୟାମକ ‘ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ)’ ତରଫରୁ କୁହାଯାଇଛି । ନୂଆବର୍ଷରେ ଟିକା ଆସିପାରେ ବୋଲି ସଙ୍କେତ ଦେଇଛନ୍ତିି ଡିସିଜିଆଇ । ସମ୍ଭବତଃ ଭାରତବାସୀଙ୍କ ପାଇଁ ନୂଆବର୍ଷ ଖୁସି ଆଣିବ ବୋଲି ଡିସିଜିଆଇ ମହାନିର୍ଦ୍ଦେଶକ ଡକ୍ଟର ଭିଜି ସୋମାନୀ ଏକ ୱେବିନାରରେ ପ୍ରକାଶ କରିଛନ୍ତି । ଡିିସିଜିଆଇର ବିଶେଷଜ୍ଞ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ଅନୁଷ୍ଠିତ ହେବ । ଜରୁରୀ ବ୍ୟବହାର ପାଇଁ ଅକ୍ସଫୋର୍ଡ ଟିକାକୁ ଏଥିରେ ମଞ୍ଜୁରି ମିଳିବା ସମ୍ଭାବନା ରହିଛି । ଭାରତ ବାୟୋଟେକ୍‌ର ‘କୋଭାକ୍ସିନ’ ଓ ଫାଇଜର ଟିକାର ଆବେଦନ ଉପରେ ବି ନିଷ୍ପତ୍ତି ହେବ ବୋଲି ମନେ କରାଯାଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କହିଛନ୍ତି ଯେ ଦେଶରେ ଟିକାକରଣ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟର ପହଞ୍ଚିଛି । ଭାରତରେ ପ୍ରସ୍ତୁତ ହେଉଥିବା ଟିକା ହିଁ ଲୋକଙ୍କୁ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତରେ ଅକ୍ସଫୋର୍ଡ ଟିକା ପ୍ରସ୍ତୁତ କରୁଥିବା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍‌ଆଇଆଇ), ଭାରତ ବାୟୋଟେକ୍ ଓ ଫାଇଜର ଟିକାର ଜରୁରୀ ବ୍ୟବହାର ପାଇଁ ଆବେଦନର ବିଚାର କରିବା ଲାଗି ଚଳିତ ସପ୍ତାହରେ ସରକାର ଏକ କମିଟି ଗଠନ କରିଥିଲେ ।

Comments are closed.