ଭାରତୀୟ ବଂଶୋଦ୍ଭବ ଭବ୍ୟା ଲାଲ ହେଲେ ନାସା ମୁଖ୍ୟ

ନ୍ୟୁୟର୍କ – ଆମେରିକାରେ ଏବେ ଭାରତୀୟ ବଂଶୋଦ୍ଭବଙ୍କ ପ୍ରଭାବ ବଢ଼ିବାରେ ଲାଗିଛି । ଏବେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ର ନେତୃତ୍ୱ ମଧ୍ୟ ଜଣେ ଭାରତୀୟ ବଂଶୋଦ୍ଭବଙ୍କ ଉପରେ ନ୍ୟସ୍ତ କରାଯାଇଛି । ସେ ହେଉଛନ୍ତି ଭବ୍ୟା ଲାଲ୍ । ଭବ୍ୟା ‘ନାସା’ର କାର୍ଯ୍ୟକାରୀ ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଟିମ୍‌ର ଭବ୍ୟା ଜଣେ ସଦସ୍ୟ । ଭବ୍ୟା ମାସାଚୁସେଟ୍‌ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ରୁ ପ୍ରଯୁକ୍ତି ବିଜ୍ଞାନରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ଏହାଛଡ଼ା ସେ ଜର୍ଜ ୱାଶିଂଟନ ବିଶ୍ୱବିଦ୍ୟାଳୟରୁ ସାଧାରଣ ପ୍ରଶାସନରେ ଡକ୍ଟରେଟ୍ ଉପାଧି ପ୍ରାପ୍ତ କରିଛନ୍ତି । ‘ନାସା’ କହିଛି ଯେ, ଇଞ୍ଜିନିୟରିଂ ଓ ଅନ୍ତରୀକ୍ଷ ଗବେଷଣା କ୍ଷେତ୍ରରେ ଭବ୍ୟାଙ୍କ ବହୁତ ଅଭିଜ୍ଞତା ରହିଛି । ଭବ୍ୟା ୨୦୦୫ରୁ ୨୦୨୦ ଯାଏଁ ପ୍ରତିରକ୍ଷଶ ବିଶ୍ଲେଷଣ ବିଜ୍ଞାନ ଓ ପ୍ରଯୁକ୍ତିବିଜ୍ଞାନ ନୀତି ପ୍ରତିଷ୍ଠାନରେ ଗବେଷକ ଭାବେ କାର୍ଯ୍ୟ କରିଥିଲେ ।

Comments are closed.