କରୋନା ଭୟ: ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍‌ର ଦକ୍ଷିଣ ଆଫ୍ରିକା ଗସ୍ତ ବାତିଲ

ମେଲବୋର୍ଣ୍ଣ – କରୋନା ସଂକ୍ରମଣ ଯୋଗୁଁ କ୍ରିକେଟ୍ ଅଷ୍ଟ୍ରେଲିଆ ନିଜ ଦଳର ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତ ବାତିଲ କରିଦେଇଛି । ଦକ୍ଷିଣ ଆଫ୍ରିକାରେ ସମ୍ପ୍ରତି କରୋନା ସ୍ଥିତି ଉଦବେଗଜନକ ରହିଛି । ସେଠାରେ ସଂକ୍ରମଣ ବଢ଼ି ଚାଲିଥିବାରୁ କ୍ରିକେଟ୍ ଅଷ୍ଟ୍ରେଲିଆ ଏହି ଗସ୍ତ ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ଏଭଳି ସ୍ଥିତିରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବା ଆମ ଖେଳାଳିଙ୍କ ପାଇଁ ଆଦୌ ସୁରକ୍ଷିତ ନୁହେଁ । ତେଣୁ ଏହି ଗସ୍ତକୁ ଆମେ ବାତିଲ କରିଛୁ ବୋଲି କ୍ରିକେଟ୍ ଅଷ୍ଟ୍ରେଲିଆର ମଧ୍ୟବର୍ତ୍ତୀକାଳୀନ କର୍ଯ୍ୟନିର୍ବାହୀ ଅଧିକାରୀ ନିକ୍ ହକ୍‌ଲେ କହିଛନ୍ତି । ଦକ୍ଷିଣ ଆଫ୍ରିକା ଗସ୍ତରେ ଅଷ୍ଟ୍ରେଲିଆ ତିନୋଟି ଟେଷ୍ଟ ଖେଳିବା କାର୍ଯ୍ୟକ୍ରମ ରହିଥିଲା ।

Comments are closed.