ଭାରତୀୟ ରାଜନୀତିର ‘ପାଣିପାଗ ବୈଜ୍ଞାନିକ’ ଆଉ ନାହାନ୍ତି, ୭୪ ବର୍ଷ ବୟସରେ ଆଖି ବୁଜିଲେ ରାମବିଳାସ ପାଶ୍ୱାନ

ନୂଆଦିଲ୍ଲୀ -ଲୋକ ଜନଶକ୍ତି ପାର୍ଟିର ସଭାପତି ନେତା ତଥା କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ଦେହାନ୍ତ ହୋଇଯାଇଛି । ତାଙ୍କ ମୃତ୍ୟୁ ନେଇ ପୁଅ ଚିରାଗ ପାଶ୍ୱାନ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ସେ କିଛି ଦିନ ହେବ ଅସୁସ୍ଥ ଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ୫ ଦିନ ତଳେ ତାଙ୍କର ହୃଦୟ ଅପରେସନ ହୋଇଥିଲା । ଗତବର୍ଷ ରାଜନୈତିକ କ୍ୟାରିଅରରେ ୫୦ ବର୍ଷ ପୂରଣ କରିଥିବା ପାଶ୍ୱାନ ୬ ଜଣ ପ୍ରଧାନମନ୍ତ୍ରୀଙ୍କ ସମୟରେ କେନ୍ଦ୍ରମନ୍ତ୍ରୀ ହୋଇଥିଲେ । ବର୍ତମାନର ମୋଦି ସରକାରରେ ସେ ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଂଟନ ମନ୍ତ୍ରୀ ଥିଲେ । ପାଶ୍ୱାନ ୯ ଥର ସାଂସଦ ଥିଲେ । ସେ ୮ ଥର ଲୋକସଭାକୁ ଓ ଥରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ନିଜର ରାଜନୈତିକ ଚତୁରତା ପାଇଁ ପାଶ୍ୱାନଙ୍କୁ ଭାରତୀୟ ରାଜନୀତିର ‘ପାଣିପାଗ ବୈଜ୍ଞାନିକ’ ବୋଲି କୁହାଯାଉଥିଲା । ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।

Comments are closed.