ଭାରତୀୟ ସେନାର ୪୨ ତମ ଉପମୁଖ୍ୟ ହେବେ ଓଡିଆ ଅଫିସର ଚଣ୍ଡି ପ୍ରସାଦ ମହାନ୍ତି

ନୂଆଦିଲ୍ଲୀ- ଭାରତୀୟ ସ୍ଥଳ ସେନାର ଭାଇସ୍ ଚିଫ୍ ବା ଉପମୁଖ୍ୟ ଭାବେ ଜଣେ ଓଡିଆ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି । ସେ ହେଲେ ଲେଫ୍ଟନାଂଟ୍ ଜେନେରାଲ୍ ଚଣ୍ଡି ପ୍ରସାଦ ମହାନ୍ତି । ତାଙ୍କୁ ଭାରତୀୟ ସ୍ଥଳ ସେନାର ୪୨ତମ ଭାଇସ ଚିଫ୍ ଭାବେ ନିଯୁକ୍ତି ଦିଆଯାଇଛି । ପ୍ରଥମ ଓଡିଆ ଭାବେ ସେ ଭାରତୀୟ ସେନାର ଭାଇସ ଚିଫ୍ ପଦବୀକୁ ଉନ୍ନୀତ ହୋଇଛନ୍ତି । ଏସ.କେ ସାଇନିଙ୍କ ସ୍ଥାନ ନେବେ ଚଣ୍ଡି ପ୍ରସାଦ ମହାନ୍ତ । ସାଇନି ଏହି ମାସ ୩୧ତାରିଖରେ ଅବସର ନେଉଛନ୍ତି ।

Comments are closed.