ଭାଷା ପ୍ରସଙ୍ଗରେ ଓଡିଶା -ଆନ୍ଧ୍ର ବୈଠକ, ଓଡିଶାର ପ୍ରାୟ ୪ ହଜାର ପିଲା ଆନ୍ଧ୍ରରେ ପଢୁଥିବା ନେଇ ମନ୍ତ୍ରୀ ସମୀର ଦାଶଙ୍କ ସୂଚନା

ଭୁବନେଶ୍ୱର- ଭାଷା ପ୍ରସଙ୍ଗରେ ଓଡିଶା ଓ ଆନ୍ଧ୍ର ମଧ୍ୟରେ ବୈଠକ ଶେଷ ହୋଇଛି । ବୈଠକ ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, ଦୁଇ ରାଜ୍ୟର ଛାତ୍ରଛାତ୍ରୀଙ୍କ ସମସ୍ୟା ନେଇ ଆଲୋଚନା ହୋଇଛି । ଓଡିଶାରେ ପଢୁଥିବା ତେଲେଗୁ ପିଲାଙ୍କ ସମସ୍ୟା ନେଇ ଆଲୋଚନା ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ଆନ୍ଧ୍ରରେ ପଢୁଥିବା ଓଡିଆ ପିଲାଙ୍କ ସମସ୍ୟା ନେଇ ବି ବୈଠକରେ ଆଲୋଚନା ହୋଇଥିବା ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

ତେଲେଗୁ ଶିକ୍ଷକ ମିଳୁ ନ ଥିବାରୁ ବିଇଡି ଓ ସିଟି ନେଇ ଆଡମିଶନ ଚାଲିଛି । ଓଡିଶାର ପ୍ରାୟ ୪ ହଜାର ପିଲା ଆନ୍ଧ୍ରରେ ପଢୁଛନ୍ତି । ସେହି ରାଜ୍ୟରେ ୨୩୦ ଓଡିଆ ସ୍କୁଲ ଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ୧୩୦ ଜଣ ଶିକ୍ଷକଙ୍କ ନିଯୁକ୍ତି ହୋଇପାରିନାହିଁ । ସମାଧାନ ନେଇ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଚାଲିଥିବା ସେ କହିଛନ୍ତି ।

Comments are closed.