ଆନ୍ଦୋଳନ ଶେଷ କରିବାକୁ ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅପିଲ

ନୂଆଦିଲ୍ଲୀ – କୃଷି ଆଇନ ବିରୋଧରେ ଦୁଇ ମାସରୁ ଊର୍ଦ୍ଧ୍ୱ ଦିନ ଧରି ଚାଲିଥିବା ଆନ୍ଦୋଳନକୁ ଶେଷ କରିବା ପାଇଁ ଚାଷୀମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପିଲ କରିଛନ୍ତି । ନୂଆ କୃଷି ଆଇନକୁ ଏକ ସୁଯୋଗ ଦିଆଯିବା ଉଚିତ ବୋଲି ସେ କହିଛନ୍ତି । କୃଷି ଆଇନ ପ୍ରସଙ୍ଗରେ ହେଉଥିବା ରାଜନୀତି ନେଇ ମଧ୍ୟ ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀ ସମାଲୋଚନା କରିଛନ୍ତି ।

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଜବାବରେ ପ୍ରଧାନମନ୍ତ୍ରୀ ଆଜି ରାଜ୍ୟଭାରେ କହିଥିଲେ – କୃଷି ଆଇନ ଚାଷୀମାନଙ୍କ ସ୍ୱାର୍ଥ ଓ କଲ୍ୟାଣ ପାଇଁ ଉଦ୍ଦିଷ୍ଟ । ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ନେଇ ମଧ୍ୟ ମୋଦି ଚାଷୀଙ୍କ ଆଶଙ୍କା ଅମୂଳକ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ଏମ୍‌ଏସପି ରହିଥିଲା, ରହିଛି ଓ ରହିବ ।
ଏକ ନୂଆ ‘ଏଫ୍‌ଡିଆଇ’ ଦେଶ ପାଇଁ ବିପଦ ସାଜିଛି । ଏହି ‘ଏଫ୍‌ଡିଆଇ’ ହେଉଛି ‘ଫରେନ୍ ଡେଷ୍ଟ୍ରକ୍ଟଟିଭ୍ ଆଇଡିଓଲୋଜି (ବିଦେଶୀ ବିଧ୍ୱଂସୀ ଆଦର୍ଶ) ।’ ଏହି ନୂଆ ‘ଏଫ୍‌ଡିଆଇ’ଠାରୁ ଦେଶକୁ ରକ୍ଷା କରିବା ପାଇଁ ଆମ ସମସ୍ତଙ୍କୁ ସଚେତନ ହେବାକୁ ପଡିବ । ଏହାଛଡ଼ା ଚାଷୀ ଆନ୍ଦୋଳନରେ ସାମିଲ ଅଧିକାଂଶ ଶିଖ୍ ଚାଷୀଙ୍କୁ ‘ଖଲିସ୍ତାନୀ’ କୁହାଯାଉଥିବା ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶ ପ୍ରତ୍ୟକ ଶିଖ୍‌ଙ୍କ ପାଇଁ ଗର୍ବିତ । ଆନ୍ଦୋଳନରତ ଶିଖ୍ ଚାଷୀଙ୍କୁ ଅପମାନିତ କରିବା ଠିକ୍ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Comments are closed.