ଭୁବନେଶ୍ୱରରେ ଓଡିଶା ପୋଲିସର ୮୬ତମ ପ୍ରତିଷ୍ଠା ଦିବସ ଉତ୍ସବ

ଭୁବନେଶ୍ୱର – ଆଜି ଓଡିଶା ପୋଲିସର ୮୬ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ସ୍ଥାନୀୟ ରିଜର୍ଭ ଗ୍ରାଉଣ୍ଡରେ ଆୟୋଜିତ ଦୀକ୍ଷାନ୍ତ ପରେଡରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଯୋଗ ଦେଇଥିଲେ । ଏହି ଅବସରରେ ସେ କହିଥିଲେ ଯେ, ଆଗାମୀ ଦିନରେ ଉତ୍ତମ ସେବା ଓ ସେବାର ମାନ ଅଧିକ କରିବା ଦିଗରେ ଓଡିଶା ପୋଲିସ ସଂକଳ୍ପବଦ୍ଧ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ପଢିଥିଲେ ପୋଲିସ କମିଶନର । ମୁଖ୍ୟମନ୍ତ୍ରୀ ନିଜ ବାର୍ତ୍ତାରେ କହିଛନ୍ତି ଯେ, ଜନତା ମାଲିକ । ଏହି ଭାବନା ନେଇ ପୋଲିସ କାମ କରୁ । ବୃତ୍ତିଗତ ଦକ୍ଷତା ସହ ପୋଲିସ କାମ କରୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଓଡିଶା ପୋଲିସର ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ୧୯ ଜମ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା ।

Comments are closed.