ମନ୍ଦିର ଖୋଲିବା ପାଇଁ ମୋଡାଲିଟିସ୍ ପ୍ରସ୍ତୁତ କଲା ଦେବୋତର ବିଭାଗ, ରାଜ୍ୟ ସରକାରଙ୍କୁ ପ୍ରଦାନ

ଭୁବନେଶ୍ୱର- ଦେବୋତର ବିଭାଗ ଅଧୀନରେ ଥିବା ରାଜ୍ୟର ୧୮ ହଜାର ମନ୍ଦିର ଖୋଲିବା ନେଇ ମୋଡାଲିଟି ନିର୍ଦ୍ଧାରଣ ହୋଇଛି । ରାଜ୍ୟ ସରକାରଙ୍କୁ ଏହି ମୋଡାଲିଟି ପ୍ରଦାନ କରାଯାଇଥିବା ଦେବୋତର ବିଭାଗ ସୂଚନା ଦେଇଛି । ଏହା ଅନୁସାରେ ଏକକାଳୀନ ଭକ୍ତଙ୍କ ପ୍ରବେଶ ଉପରେ ବାରଣ ରହିଛି । ସାମାଜିକ ଦୂରତା ବଜାୟ ସହ ବାରମ୍ବାର ମନ୍ଦିର ବିଶୋଧନ କରିବାକୁ ପ୍ରସ୍ତାବ ଦିଆଯାଇଛି । ଭକ୍ତମାନେ କେବଳ ଦର୍ଶନ କରିବେ । କିନ୍ତୁ ବଡ ପୂଜା ହେବ ନାହିଁ ବୋଲି ବିଭାଗ ପ୍ରସ୍ତାବ ଦେଇଛି । ଏଭଳି କିଛି ନିୟମ ପାଳନ କରାଯାଇ ମନ୍ଦିର ଖୋଲାଯାିପାରିବ ବୋଲି କହିଛି ଦେବୋତର ବିଭାଗ । ତେବେ ଚୂଡାନ୍ତ ନିଷ୍ପତି ରାଜ୍ୟ ସରକାର ନେବେ ବୋଲି ଦେବୋତର ନିରୀକ୍ଷକ କହିଛନ୍ତି ।

Comments are closed.