ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ବୟସ ସୀମା ପ୍ରତିବନ୍ଧକ ହଟିଲା

ଭୁବନେଶ୍ୱର- ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ସବୁ ବୟସର ଶ୍ରଦ୍ଧାଳୁଙ୍କୁ ଅନୁମତି ଦିଆଯାଇଛି । ଶ୍ରଦ୍ଧାଳୁଙ୍କ ବୟସ ସୀମା ଉପରୁ ପ୍ରତିବନ୍ଧକ ଉଠାଇ ଦେଇଛି ଭୁବନେଶ୍ୱର ମହାନଗର ନିଗମ । ତେବେ ଶ୍ରଦ୍ଧାଳୁଙ୍କୁ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ । ନିଗମ ପକ୍ଷରୁ ଲିଙ୍ଗରାଜ ମନ୍ଦିର ନିକଟରେ ମାଗଣା କୋଭିଡ ଟେଷ୍ଟିଂର ବ୍ୟବସ୍ଥା କରାଯାଇଛି ବୋଲି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।

Comments are closed.