ଆରଏସପିରେ ବିଷାକ୍ତ ଗ୍ୟାସ ଲିକ୍‌, ୨ ଶ୍ରମିକ ମୃତ, ୨ ଗୁରୁତର ଅସୁସ୍ଥ

ରାଉରକେଲା- ରାଉରକେଲା ଷ୍ଟିଲ ପ୍ଲାଂଟରେ ବିଷାକ୍ତ ଗ୍ୟାସ ଲିକ୍ ହୋଇଛି । ଏଥିଯୋଗୁଁ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଆଇଜିଏଚ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଅନ୍ୟ ୨ ଜଣ ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଛି । ଆରଏସପିର କୋଲ୍ କେମିକାଲ୍ ଡିପାର୍ଟମେଂଟରେ ଅଘଟଣ ଘଟିଛି । ଗ୍ୟାସ ଲିକ୍ ଯୋଗୁଁ ଅନ୍ୟ ୬ ଜଣ ମଧ୍ୟ ଅସୁସ୍ଥ ହୋଇଛନ୍ତି ।

Comments are closed.