ମାର୍ଚ୍ଚରୁ ୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କୁ ଦିଆଯିବ ଟିକା

ନୂଆଦିଲ୍ଲୀ – ମାର୍ଚ୍ଚରୁ ଆରମ୍ଭ ହେବାକୁ ଥିବା ତୃତୀୟ ପର୍ଯ୍ୟାୟରେ ୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କୁ କୋଭିଡ୍ ଟିକା ଦିଆଯିବ । ଏହି ପର୍ଯ୍ୟାୟ ଟିକାକରଣରେ ବିଭିନ୍ନ ଗମ୍ଭୀର ରୋଗରେ ପୀଡିତ ୫୦ ବର୍ଷରୁ କମ୍ ବୟସ୍କଙ୍କୁ ମଧ୍ୟ ଟିକା ଲଗାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷ ବର୍ଦ୍ଧନ ଲୋକସଭାରେ କହିଛନ୍ତି ।

୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କ ମଧ୍ୟରେ ପ୍ରଥମେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ପ୍ରାଥମିକତା ଦିଆଯିବ । ହର୍ଷ ବର୍ଦ୍ଧନ କହିଛନ୍ତି ଯେ, ଦେଶରେ ଏଯାବତ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଟିକା ଦିଆଯାଇଛି । ୨୨ ଦେଶ ଭାରତକୁ ଟିକା ପାଇଁ ସହାୟତା ମାଗିଛନ୍ତି । ଭାରତ ଏଯାବତ୍ ୧୫ ଦେଶକୁ ଟିକା ଯୋଗାଣ କରିଛି ବୋଲି ହର୍ଷ ବର୍ଦ୍ଧନ କହିଛନ୍ତି ।

Comments are closed.