ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ଏଫ୍‌ଆଇଏଚ୍ ସଭାପତି ବାତ୍ରା, ବିଶ୍ୱକପ-୨୦୨୩ ପ୍ରସ୍ତୁତି ନେଇ କଲେ ଆଲୋଚନା

ଭୁବନେଶ୍ୱର – ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ସଭାପତି ନରିନ୍ଦର ବାତ୍ରା ଆଜି ଭୁବନେଶ୍ୱର ଗସ୍ତରେ ଆସି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ଭେଟିଛନ୍ତି । ସେ ମୁଖ୍ୟ ଶାସନ ସଚିବଙ୍କୁ ଏକ ସ୍ମାରକୀ ପ୍ରଦାନ କରିବା ସହ ଓଡ଼ିଶାରେ ହେବାକୁ ଥିବା ୨୦୨୩ ବିଶ୍ୱକପ୍ ଓ ଅନ୍ୟ ହକି ଇଭେଣ୍ଟ ଗୁଡିକର ପ୍ରସ୍ତୁତି ନେଇ ଆଲୋଚନା କରିଥିଲେ । ଉଲ୍ଲେଖଯୋଗ୍ୟ, ଓଡ଼ିଶା କ୍ରମାଗତ ଦ୍ୱିତୀୟ ଥର ପାଇଁ ହକି ବିଶ୍ୱକପ ଆୟୋଜନ କରିବ । ହକି ବିଶ୍ୱକପର ୨୦୨୩ ସଂସ୍କରଣ ଓଡ଼ିଶାର ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଓଡ଼ିଶା ୨୦୧୮ରେ ପୁରୁଷ ହକି ବିଶ୍ୱକପର ସଫଳ ଆୟୋଜନ କରିଥିଲା ।

Comments are closed.