ମୋହନାରେ ଓଲଟିଲା ପିକନିକ ବସ୍‌, ୧ ମୃତ, ୧୨ ଆହତ

ମୋହନା- ଗଜପତି ଜିଲ୍ଲାର ମୋହନାରେ ଏକ ପିକନିକ୍ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି । ୧୨ ଜଣ ଆହତ ହୋଇଛନ୍ତି । ୩୨୬ ନମ୍ବର ଜାତୀୟ ରାଜପଥର ଗଜପତି-ରାୟଗଡା ସୀମା ଡୁମ୍ବଲାପଦର ବୁଲାଣି ପାଖରେ ପିକନିକ ବସଟି ଓଲଟିପଡିଛି । ଯାତ୍ରୀମାନେ କୋରାପୁଟ ଜିଲ୍ଲାର ଗୁପ୍ତେଶ୍ୱର ଦର୍ଶନ ସାରି ଫେରୁଥିଲା ବେଳେ ବସଟି ଓଲଟି ପଡିଥିଲା । କୁହୁଡି ଯୋଗୁଁ ବସ୍‌ଟି ଓଲଟି ପଡିଥିବା କୁହାଯାଉଛି ।

Comments are closed.