‘ମୋ ସ୍କୁଲ’ ଅଭିଯାନରେ ସାମିଲ ହେବା ପାଇଁ ରାଜ୍ୟର କେନ୍ଦ୍ର ମନ୍ତ୍ରୀ, ସାଂସଦ, ବିଧାୟକ ଓ ବିଚାରପତିଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର- ରାଜ୍ୟରେ ‘ମୋ ସ୍କୁଲ’ ଅଭିଯାନକୁ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ । ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଦୁଇ କେନ୍ଦ୍ର ମନ୍ତ୍ରୀ, ସାଂସଦ ଓ ବିଧାୟକମାନଙ୍କୁ କହିଛନ୍ତି ।

ଏ ନେଇ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଚିଠି ଲେଖିଛନ୍ତି । ଅତିବେଶୀରେ ତିନୋଟି ସରକାର ସ୍କୁଲକୁ ପୋଷ୍ୟ ଭାବେ ଗ୍ରହମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ହାଇକୋର୍ଟ ବିଚାରପତିମାନଙ୍କୁ ମଧ୍ୟ ମୋ ସ୍କୁଲ୍ ଅଭିଯାନରେ ସାମିଲ ହେବା ପାଇଁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅଭିଯାନ ଅନ୍ତର୍ଗତ ରାଜ୍ୟର ୧୬ ଜଣ ବରିଷ୍ଠ ପ୍ରାଶାସନିକ ଅଧିକାରୀ ୧୬ଟି ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିସାରିଛନ୍ତି । ଭାବଗତ ସଂପର୍କ ଥିବା ସ୍କୁଲକୁ ସେମାନେ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିସାରିଛନ୍ତି ।

Comments are closed.