ଏ ବର୍ଷ ବଦଳିବ ଯୁକ୍ତ୨ ପରୀକ୍ଷାର ଢାଞ୍ଚା, ରହିବ ୫୦ ପ୍ରତିଶତ ମଲଟିପଲ ଚଏସ ପ୍ରଶ୍ନ

ଭୁବନେଶ୍ୱର- ଏଥର ବଦଳିବ ଯୁକ୍ତ ଦୁଇ ପରୀକ୍ଷାର ଢାଂଚା । ଏଥର ଯୁକ୍ତ ଦୁଇ ପ୍ରଶ୍ନପତ୍ରରେ କେତେକ ପରିବର୍ତ୍ତନ ହେବ । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ତାଙ୍କ କହିବା ଅନୁସାରେ ଏଥର ଯୁକ୍ତ ଦୁଇ ପ୍ରଶ୍ନପତ୍ରରେ ୫୦ ପ୍ରତିଶତ ମଲଟିପଲ୍ ଚଏସ ରହିବ । ପ୍ରତ୍ୟେକ ପ୍ରଶ୍ନ ପାଇଁ ୧ ନମ୍ବର ରହିବ । ଏହାଛଡା ୩୦ ପ୍ରତିଶତ ସଂକ୍ଷିପ୍ତ ଉତ୍ତରମବଳକ ପ୍ରଶ୍ନ ରହିବ । ପ୍ରତ୍ୟେକ ପ୍ରଶ୍ନ ପାଇଁ ୨ କିମ୍ବା ୩ ନମ୍ବର ରହିବ । ୨୦ ପ୍ରତିଶତ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ରହିବ ।

Comments are closed.