ରାଉରକେଲାରେ ଜୁଆ ଆଡ୍ଡା ଉପରେ ଚଢାଉ, ୧୨ ଗିରଫ

ରାଉରକେଲା – ରାଉରକେଲାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ୧୨ ଜଣଙ୍କୁ ଗିରଫ କରିଛି ପୋଲିସ । ପ୍ଲାଂଟ ସାଇଟ ଥାନା ଅନ୍ତର୍ଗତ ଗୁରୁଦ୍ୱାର ରୋଡ୍ ନିକଟରେ ଏକ ହୋଟେଲରେ ଜୁଆ ଆଡ୍ଡା ଚାଲିଥିବା ଖବର ପାଇ ଗତକାଲି ବିଳମ୍ବିତ ରାତିରେ ପୋଲିସ ଚଢାଉ କରିଥିଲା ।

ସେମାନଙ୍କଠାରୁ ନଗଦ ୧୨ ଲକ୍ଷ ଟଙ୍କା, ୨ଟି କାର୍ , ୫ଟି ବାଇକ୍ ୧୫ଟି ମୋବାଇଲ ଫୋନ ଜବତ କରାଯାଇଛି ।

Comments are closed.