ରାଜ୍ୟରେ ଆଉ ୨୧୦ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଆଉ ୨୧୦ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୨୨ ଓ ସ୍ଥାନୀୟ ଅଂଚଳରୁ ୮୮ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୩୦, ଅନୁଗୁଳରୁ ୨୪, ସମ୍ବଲପୁରରୁ ୧୬, କଟକରୁ ୧୪, ଝାରସୁଗୁଡାରୁ ୧୩, ଖୋର୍ଦ୍ଧାରୁ ୧୩, ପୁରୀରୁ ୧୦, ବାଲେଶ୍ୱରରୁ ୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୫୪୧କୁ ବୃଦ୍ଧି ପାଇଥିବା ବେଳେ ୩ ଲକ୍ଷ ୨୮ ହଜାର ୪୫୨ ସୁସ୍ଥ ହୋଇସାରିଲେଣି । ଏବେ ୨ ହଜାର ୧୪୧ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.