ରାଜ୍ୟରେ ଆଉ ୩୦୫ ନୂଆ କୋରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୦୫ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୭୪ ଓ ସ୍ଥାନୀୟ ଅଂଚଳରୁ ୧୩୧ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଓ ସମ୍ବଲପୁରରୁ ଜିଲ୍ଲାରୁ ୨୮ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୨୬, ବରଗଡରୁ ୨୫, କଟକରୁ ୨୩, ଖୋର୍ଦ୍ଧାରୁ ୨୩, ମୟୂରଭଞ୍ଜରୁ ୧୯, କେନ୍ଦୁଝରରୁ ୧୭, ବଲାଙ୍ଗିରରୁ ୧୬ ଓ ଯାଜପୁରରୁ ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାବତ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨୯ ହଜାର ୩୦୬କୁ ବୃଦ୍ଧି ପାଇଥିବା ବେଳେ ୩ ଲକ୍ଷ ୨୪ ହଜାର ୭୭୫ ସୁସ୍ଥ ହୋଇଛନ୍ତି । ଚିକିତ୍ସାଧୀନ ଥିବା ରୋଗୀଙ୍କ ସଂଖ୍ୟା ବର୍ତମାନ ୨ ହଜାର ୬୦୭ ରହିଛି ।

Comments are closed.