ରାଜ୍ୟରେ ଗତ ୨୪ ଘଂଟାରେ ୩୩୨ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଆଉ ୩୩୨ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୮୯ ଓ ସ୍ଥାନୀୟ ଅଂଚଳରୁ ୧୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୪ ହଜାର ୮୯କୁ ବୃଦ୍ଧି ପାଇଛି । ଏଥିରୁ ୩ ଲକ୍ଷ ୧୯ ହଜାର ୬୯ ସୁସ୍ଥ ହୋଇସାରିଛନ୍ତି । ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ହେଲା ୩ ହଜାର ୧୫୬ ।

ଗତ ୨୪ ଘଂଟା ମଧ୍ୟରେ ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୫୧, ଅନୁଗୁଳରୁ ୩୫, ଖୋର୍ଦ୍ଧାରୁ ୨୯, କଟକରୁ ୨୭, ମୟୂରଭଞ୍ଜରୁ ୨୨, ପୁରୀରୁ ୨୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା

Comments are closed.