ରାଜ୍ୟରେ ଗତ ୨୪ ଘଂଟାରେ ୩୮୬ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ୩୮୬ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୨୨୩ ଓ ସ୍ଥାନୀୟ ଅଂଚଳରୁ ୧୬୩ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦, ସୁନ୍ଦରଗଡରୁ ୪୭, ମୟୂରଭଞ୍ଜରୁ ୩୧, ଅନୁଗୁଳରୁ ୨୯, ପୁରୀରୁ ୨୫, ବଲାଙ୍ଗିରରୁ ୨୨, କଟକରୁ ୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୪ ନୂଆ ଆକ୍ରାନ୍ତ ।

ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୨ହଜାର ୨୯୯କୁ ବୃଦ୍ଧି ପାଇଛି । ୩ ଲକ୍ଷ ୧୬ ହଜାର ୯୭୦ ଜଣ ସୁସ୍ଥ ହୋଇସାରିଛନ୍ତି । ୩ ହଜାର ୪୮୭ ରୋଗୀ ଏବେ ବି ଚିକିତ୍ସାଧୀନ ଅଛନ୍ତି ।

Comments are closed.