ରାଜ୍ୟରେ ଦୈନିକ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଶହରୁ ତଳେ, ଦିନକରେ ୧୯୨ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୨ ଶହ ତଳେ ରହିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୯୨ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୦୯ ଓ ସ୍ଥାନୀୟ ଅଞ୍ଚଳରୁ ୮୩ ଜଣ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୩୩, ଅନୁଗୁଳରୁ ୨୪, ବଲାଙ୍ଗିରରୁ ୧୭, ସମ୍ବଲରପୁରରୁ ୧୬, ଝାରସୁଗୁଡାରୁ ୧୩, ପୁରୀରୁ ୧୩, ଖୋର୍ଦ୍ଧାରୁ ୧୦, କଟକରୁ ୧୦ ଓ ଗଞ୍ଜାମ ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ୩୦୯କୁ ବୃଦ୍ଧି ପାଇଥିବା ବେଳେ ୩ ଲକ୍ଷ ୨୫ ହଜାର ୯୬୫ ସୁସ୍ଥ ହୋଇସାରିଲେଣି । ୨ ହଜାର ୪୦୮ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି ।

Comments are closed.