ରାଜ୍ୟରେ ବାର୍ଡ ଫ୍ଲୁ ମାମଲା ନାହିଁ , ରାଜ୍ୟସ୍ତରୀୟ କଂଟ୍ରୋଲ ରୁମ ନମ୍ବର ଜାରି

ଭୁବନେଶ୍ୱର- ରାଜ୍ୟରେ ଏବେ ସୁଦ୍ଧା ବାର୍ଡ ଫ୍ଲୁ ମାମଲା ଚିହ୍ନଟ ହୋଇନାହିଁ । ରାଜ୍ୟରେ ୧୧ ହଜାର ନମୁନା ପରୀକ୍ଷଣ କରାଯାଇଥିଲେ ବି ବାର୍ଡ ଫ୍ଲୁ ର ଗୋଟିଏ ବି ମାମଲା ଚିହ୍ନଟ ହୋଇନାହିଁ । ତେବେ, ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ ଓ କେରଳରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବାରୁ ରାଜ୍ୟ ସରକାର ସତର୍କ ହୋଇଛନ୍ତି । ପକ୍ଷୀଙ୍କଠାରେ ବାର୍ଡ ଫ୍ଲୁ ଜନିତ କୌଣସି ଲକ୍ଷଣ ବା ଅସ୍ୱାଭାବିକ ମୃତ୍ୟୁ ହେଲେ ସୂଚନା ଦେବାକୁ ମତ୍ସ୍ୟ ଓ ପଶୁ ସଂପଦ ବିକାଶ ବିଭାଗ କହିଥିବା ବେଳେ କଂଟ୍ରୋଲ ରୁମ୍ ନମ୍ବର ଜାରି କରିଛି । କୁକୁୁଡା ଓ ଅନ୍ୟ ପକ୍ଷୀଙ୍କ ଅସ୍ୱାଭାବିକ ମୃତ୍ୟୁ କିମ୍ବା କୌଣସି ଲକ୍ଷଣ ଦେଖାଦେଲେ ୦୬୭୪-୨୪୧୪୩୧୯, ୭୯୭୮୧୦୫୫୩୮ ଓ ୯୪୩୭୩୧୩୧୮୩ ନମ୍ବରରେ ଜଣାଇବାକୁ କୁହାଯାଇଛି ।

Comments are closed.