ରାଜ୍ୟରେ ୨୩୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ୬ ମାସ ପରେ ପ୍ରଥମ ଥର ପାଇଁ ମୃତ୍ୟୁ ସଂଖ୍ୟା ଶୂନ

ଭୁବନେଶ୍ୱର – ଲଗାତର ଦୁଇ ଦିନ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୨ ଶହ ତଳେ ରହିଲା ପରେ ଏହା ପୁଣି ବଢିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୩୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୩୩ ଓ ସ୍ଥାନୀୟ ଅଂଚଳରୁ ୯୮ ଜଣ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୩୨,ବରଗଡରୁ ୨୫, ଅନୁଗୁଳରୁ ୨୧,ଝାରସୁଗୁଡାରୁ ୧୫, ସମ୍ବଲପୁରରୁ ୧୪, ଯାଜପୁରରୁ ୧୨, ଖୋର୍ଦ୍ଧାରୁ ୧୧, କଟକରୁ ୧୧, ବଲାଙ୍ଗିରରୁ ୧୧, ପୁରୀରୁ ୧୦ ଓ ଗଞ୍ଜାମରୁ ୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏଁ ମୋଟ ୩ ଲକ୍ଷ ୩୦ ହଜାର ୯୨୧ ଜଣ କୋରୋନା ପଜିଟିଭ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩ ଲକ୍ଷ ୨୬ ହଜାର ୭୭୮ ଜଣ ସୁସ୍ଥ ହୋଇସାରିଲେଣି । ୨ ହଜାର ୨୦୩ ଜଣ ଚିକିତ୍ସାଧୀନ ଅଛନ୍ତି । ୬ ମାସ ପରେ ପ୍ରଥମ ଥର ପାଇଁ କୌଣସି ରୋଗୀ କୋଭିଡରେ ପ୍ରାଣ ହରାଇନାହାନ୍ତି ।

Comments are closed.